Mr Navin Patnaik, the honourable CM of Odisha has asked all Odias to sing Bande Utkala Janani to honor the Covid-19 warriors. In this post, I am sharing the lyrics of Bande Utkala Janani in Odia.
ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ ।
ପୂତ-ପୟୋଧି-ବିଧୌତ-ଶରୀର,
ତାଳତମାଳ-ସୁଶୋଭିତ-ତୀର,
ଶୁଭ୍ରତଟିନୀକୂଳ-ଶୀକର-ସମୀର
ଜନନୀ, ଜନନୀ, ଜନନୀ ।
ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ ।
ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ର,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର,
ଯୋଗୀଋଷିଗଣ-ଉଟଜ-ପବିତ୍ର
ଜନନୀ, ଜନନୀ, ଜନନୀ ।
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶ,
ଚାରୁକଳାବଳି-ଶୋଭିତ-ବେଶ,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶ
ଜନନୀ, ଜନନୀ, ଜନନୀ ।
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ ।
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
ଜନନୀ, ଜନନୀ, ଜନନୀ ।